Odia News Portal

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଗତ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୫ ତାରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ଓ ସ୍ୱାସ୍ଥ୍ୟ ବିଭାଗ ସହିତ ଯେଉଁ ଆଲୋଚନା ହୋଇଥିଲା, ଉକ୍ତ ଆଲୋଚନାରେ ମାନ୍ୟବର ସ୍ୱସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଥାଶୀଘ୍ର ସଂଘର ଦାବୀଗୁଡ଼ିକ ପୂରଣ କରାଯିବ । ଉକ୍ତ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ସଂଘ ଆମରଣ ଅନଶରୁ ଓହରି ଯାଇଥିଲା । ଜୁଲାଇ ୨୨ ତାରିଖରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ପାଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୧୫ ହଜାର ପାରା ମେଡ଼ତିକାଲ ଷ୍ଟାଫ ଓ ୨ ହଜାର ଡ଼ାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଘୋଷଣା କରିଥିବାରୁ ଆଜି ସଂଘ ତରଫରୁ ଲୋୟର ପିଏମ୍ ଜି ଠାରେ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା କହିଛନ୍ତି ଯେ, ଯେପରି ଭକ୍ତି ବଳରେ ଭଗବାନ ଭକ୍ତଙ୍କ ପାଖକୁ ଆସନ୍ତି, ଠିକ୍ ସେହିପରି ସଂଘର ସମସ୍ତ କର୍ମକତା  ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ସଂଘ ସେହିଭଳି ଏକ ମହାନ୍ ଚରିତାର୍ଥ ଲାଭ କରିଛନ୍ତି । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରିଣୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡାଇ, କୋଷାଧ୍ୟକ୍ଷ ମମତା ସାହୁ, ସବିତା ପ୍ରଧାନ, ସୋନାଲି ମହାନ୍ତି, କଲ୍ୟାଣୀ, ଡ଼ଲିମା, ସୁପ୍ରିୟା ଦାସ, ଦିବ୍ୟା, ବୀରେନ୍ଦ୍ରଙ୍କ ସମେତ ପ୍ରାୟ ୩ ହଜାର କର୍ମଚାରୀ ଯୋଗ ଦେଇଥିଲେ