Odia News Portal

କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ବୈପାରୀଗୁଡା : ବୈପାରୀଗୁଡା ଶହୀଦ ଲଷ୍ମଣନାୟକ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଓ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଲ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବୈପାରୀଗୁଡାରେ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିବା ଜଣାପଡୁଛି | ଅନୁଷ୍ଠାନର ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କଲେଜ ରାସ୍ତା ଦୁଇ କଢ଼ରେ ଠିଆହୋଇ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ | ପରେ କଲେଜ ପରିସରରେ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କାର୍ଯ୍ୟକ୍ରମ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ।

ଛାତ୍ର ଛାତ୍ରୀ ଓ ଅତିଥିଙ୍କ ଦ୍ୱରା ୫୦ରୁ ଉର୍ଦ୍ଧ ଚାରା ରୋପଣ କରିଥିବା ଜଣାପଡିଛି | ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଜିଲ୍ଲା ପରିଷଦ ମେମ୍ବର ପ୍ରଶାନ୍ତ ଗୁପ୍ତା, ହୀରାମଣି ପୂଜାରୀ, ବନଖଣ୍ଡ ଅଧିକାରୀ ରମେଶ ରାଉତ, ବୈପାରୀଗୁଡା ସରପଞ୍ଚ ଭାଗିରଥି ମୁରଜିଆ, ଅନୁଷ୍ଠାନର ସଭାପତି ମୋନଜ ମହାପାତ୍ର, ସମ୍ପାଦକ ସୁନିଲ ମିଶ୍ର, କଲେଜ ଅଧ୍ୟକ୍ଷ ସ୍ନେହଲତା ପଟ୍ଟନାୟକ, ମନସି ଆଚାର୍ଯ୍ୟ, ମୌସୁମୀ ମହାନ୍ତି, ହିମାଂଶୁ ଶେଖର ବକ୍ସି ଉପସ୍ଥିତ ଥିବା ବେଳେ ଅଶ୍ୱନୀ ଟାକ୍ରି ପରିଚାଳନା କରିଥିଲେ |