Odia News Portal

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟରେ ଅଛନ୍ତି ୩ କୋଟି ୧୮ଲକ୍ଷ ୭୮୭ ଜଣ ଭୋଟର

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୧୯ ମସିହା ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ତାଲିକା ସଂଶୋଧନ ପରେ ପାଞ୍ଚ ଲକ୍ଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଘଟିଛି ।

୨୦୧୯ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଛି । ତାଲିକା ସଂଶୋଧନ ପରେ  ରାଜ୍ୟରେ ପାଞ୍ଚ ଲକ୍ଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ପୂର୍ବରୁ ରାଜ୍ୟରେ ଭୋଟର ସଂଖ୍ୟା ଥିଲା ୩,୧୨,୫୨,୩୩୩  । ଭୋଟର ତାଲିକା ସଂଶୋଧନ ପରେ ଭୋଟରଙ୍କ ସଂଖ୍ୟାରେ ୫,୩୯,୪୫୪ ବୃଦ୍ଧି ହୋଇଛି  । ବର୍ତ୍ତମାର ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୩ କୋଟି ୧୮ଲକ୍ଷ ୭୮୭ ପହଞ୍ଚିଛି । ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ରାଜ୍ୟରେ ନୂତନ ଭୋଟର ଭାବେ  ୧୧,୯୮,୮୯୧ଜଣ ନୂତନ ଭୋଟର ତାଲିକାର ଅନ୍ତଭକ୍ତ ହୋଇଥିବା ବେଳେ ୬,୫୦,୩୬୫ ଜଣ ପୁରୁଣା ଭୋଟରଙ୍କୁ ବାଦ ଦିଆଯାଇଛି । ସେହିପରି ଇପି ରେସିଓରେ ମଧ୍ୟ ଅଭିବୃଦ୍ଧି  ହୋଇଛି । ପୂର୍ବରୁ ଇପି ରେସିଓ ୬୯.୭୫ ପ୍ରତିଶତ ଥିବା ବେଳେ ଏବେ ୭୧.୬ରେ ପହଞ୍ଚିଛି ।  ନୂତନ ଭୋଟର ତାଲିକାରେ ଯୁବ ଭୋଟରଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି । ୨୦୧୮ରେ ହୋଇଥିବା ଡ୍ରାଫ୍ଟ ପବ୍ଲିକେସନରେ ଏକ ଲକ୍ଷ ୩୩ହଜାର ୮୯୬ ଜଣ ଭୋଟର ୧୮ରୁ ୧୯ ବର୍ଷର ଥିଲେ ।  ବର୍ତ୍ତମାନ ଏଥିରେ ୪ଲକ୍ଷ ୧୧ହଜାର ୫୦୫ ଜଣ ଭୋଟର ୧୮ ଓ ୧୯ ବର୍ଷର ଯୁବ ଭୋଟର ତାଲିକାଭୂକ୍ତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୮ରୁ ୧୯ ବର୍ଷର ୫,୪୫,୪୦୧ ଜଣଙ୍କ ଯୁବ ଭୋଟର ରହିଛନ୍ତି । ୨୦୧୮ରେ ହୋଇଥିବା ଡ୍ରାଫ୍ଟ ପବ୍ଲିକେସନରେ ୯ଲକ୍ଷ ୨ ହଜାର ୭୯୨ ଡିଏସସି ଭୋଟର ଚିହ୍ନଟ ହୋଇଥିଲେ । ପ୍ରାଥମିତ ତଦନ୍ତ ପରେ  ୨ଲକ୍ଷ ୯୭ ହଜାର ୩୨୩ଟି କେସ ଡ଼ାଉଟଫୁଲ କାଟାଗୋରୀରେ ଆସିଥିଲ । ୧୪୭ଜଣ ଇଆରଓ  ଏନେଇ ପ୍ରଦକ୍ଷେପ ନେଇଥିଲେ । ତଦନ୍ତ ପରେ ଏକ ଲକ୍ଷେ ୮୦ ହଜାର ୩୯୧ଜଣ ଭୋଟରଙ୍କୁ ଭୋଟର ନୂଆ ତାଲିକା ବାଦ ଦିଆଯାଇଥିଲା । ଆସନ୍ତା ନିର୍ବାଚନ ପାଇଁ ଆମ ରାଜ୍ୟରେ ୩୭,୬୦୬ଟି ବୁଥ ନିୟୋଜନ ହୋଇଛି