Odia News Portal

କଥା ନୁହେଁ କାମରେ…ଟିମ ନେଇ ମାଲକାନଗିରିରେ ପାଣ୍ଡିଆନ

ଭୁବନେଶ୍ବର : ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆନ ।  ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ  କୋରାପୁଟ ଓ ନବରଙ୍ଗପୁର ଗସ୍ତରେ  ଯାଇ ବି ସ୍ଥିତି ସମୀକ୍ଷା କରିବେ ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମକ୍ରମ । ପ୍ରଶାସନକୁ ଅଧିକ ଉତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି କ୍ରମରେ ମାଲକାନଗିରି ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିଛନ୍ତି ୫ଟି ସଚିବ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଛନ୍ତି ।

ସେପଟେ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀଙ୍କୁ ସୁହାଇଲା ପରି ହେବ ହସ୍ପିଟାଲ । ଆଗରୁ ଅନେକ ସୁବିଧା ଥିଲେ ବି ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଆଗାମୀ ସମୟରେ ବିଶ୍ରାମାଗାର, ଲାବରୋଟୋରୀ ଓ କ୍ୟାଣ୍ଟିନ୍ ତିଆରି ହେବ । ଔଷଧ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଦିଆଯିବ । ଡାକ୍ତରଖାନାର ଉନ୍ନତୀକରଣ ପାଇଁ ସବୁ ପ୍ରକାର ପ୪କ୍ଷେପ ନିଆଯାଉଛି ।