Odia News Portal

ରାଜଧାନୀରେ ୯୭୪ ପଜିଟିଭ୍, ୧୦୪୭ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ( ବିଏମସି ) ଅଂଚଳରୁ ମଙ୍ଗଳବାର ଆଉ ୯୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୮୦୪ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୦୪୭ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ ୪୮ ଜଣ , ଓଲ୍ଡ ଟାଉନ୍ ରୁ ୩୪ ଜଣ,ଝାରପଡାରୁ ୩୪ ଜଣ, ଶୈଳଶ୍ରୀବିହାରରୁ ୩୩ ଜଣ, ଖଣ୍ଡଗିରି ରୁ ୩୨ ଜଣ,ଲକ୍ଷ୍ମୀସାଗରରୁ ୩୦ ଜଣ ,ପାତ୍ରପଡାରୁ ୨୬ ଜଣ,ନିଳାଦ୍ରୀବିହାର ,ଚନ୍ଦ୍ରଶେଖରପୁର ଓ ଡୁମଡୁମାରୁ ୨୨ ଜଣ ଲେଖାଏଁ , ବରମୁଣ୍ଡାରୁ ୨୦ ଜଣ , ୟୁନିଟ୍ ୮ ରୁ ୧୮ ଜଣ ୧୫ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ନିଳାଦ୍ରୀବିହାରରୁ ୧୧ ଜଣ, ପଟିଆ, ୟୁନିଟ୍ ୬ ଓ ବରମୁଣ୍ଡାରୁ ୧୦ ଜଣ ଲେଖାଏଁ ,ନୟାପଲ୍ଲୀରୁ ୯ ଜଣ, ୟୁନିଟ୍ ୮ ଓ ଡୁମଡୁମାରୁ ୭ ଜଣ ଲେଖାଏଁ ଆକ୍ରାନ୍ତ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି ।

ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫୮ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୫୨୨୨ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୧୭୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୧ ରହିଛି ।