Odia News Portal

ସଟଡାଉନରେ ତାତିଲା ଭୁବନେଶ୍ୱର

୧୨ଟି ସହରର ପାରଦ ୪୦ ଉପରେ

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି । ରାଜ୍ୟର ତତଲା ସହର ପାଲଟିଲା । ରାଜ୍ୟରେ ହୋଇଛି ଅଗ୍ନି ବର୍ଷା। ତତଲା କଡେଇରେ ଭାଜି ହୋଇଛି ଭୁବନେଶ୍ଵର। ରାଜଧାନୀ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ଏଥିସହ ଆଜି ରାଜ୍ୟର ୧୨ଟି ସହରର ପାରଦ ୪୦  ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଶନିବାର ଏହାର ସୂଚନା ଦିଆଯାଇଛି।

ଗତ ମାର୍ଚ୍ଚ ମାସରେ ବିଶ୍ଵରେ ତାପମାତ୍ରାରେ ରେକର୍ଡ କରିଥିବା ଭୁବନେଶ୍ଵର ଆଜି ଭାଜି ହୋଇ ଯାଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ୪୨ ଡିଗ୍ରୀ ସହ ବୌଦ୍ଧ ଦ୍ଵିତୀୟରେ ରହିଛି। ସେହିପରି ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ଟିଟିଲାଗଡ ଓ ସମ୍ବଲପୁରରୁ ୪୧, ଝାରସୁଗୁଡା ୪୦.୫,  ଅନୁଗୋଳରେ ୪୦.୩, ତାଳେଚରରେ ୪୦.୧, ଭବାନୀପାଟଣା ଓ ନୟାଗଡରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ରହିଛି।