Odia News Portal

କରୋନା କବଳରେ ରାଜଧାନୀ, ସଂକ୍ରମିତ ୪୦୦ ପାର୍

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ । ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ବଡଗଡ, ବରମୁଣ୍ଡା, ବିଜେପି ନଗର, ନୟାପଲ୍ଲୀ. ସାମନ୍ତରାପୁର, ଖଣ୍ଡଗିରି ଆଦି ଅଂଚଳରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ମୋଟ ୪୫୧ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୫,୩୪୧ରେ । ରାଜଧାନୀରେ ଏଯାଏଁ କରୋନାକୁ ମାତ ଦେଲେଣି ୩୨୭୫୫ ଜଣ ସଂକ୍ରମିତ । ବର୍ତ୍ତମାନ ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ ୨୩୧୫ ରହିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।