Odia News Portal

ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଆଜି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ସେ ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଭୁପେନ୍ଦ୍ର ଆଜି ଅପରାହ୍ନ ୨.୨୦ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗୃହମନ୍ତ୍ରୀ ଅମିତ ଶାହା ଏହି ଶପଥ ସମାରୋହରେ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି। ଏହାବ୍ୟତୀତ ସିଏମ ଶିବରାଜ ସିଂ ଚୌହାନ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଗୁଜୁରାଟର ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ ସୋମବାର ଦିନ ଅପରାହ୍ନ ୨ ଟା ସମୟରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଭୁପେନ୍ଦ୍ର ପଟେଲଙ୍କୁ ଆମନ୍ତ୍ରଣ କରିଛନ୍ତି।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟର ସିଏମ୍ ଭାବରେ ଗାନ୍ଧିନଗରରେ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଯାଉଛନ୍ତି। ଅମିତ ଶାହା ରବିବାର ଟୁଇଟ୍ କରି କହିଛନ୍ତି ଯେ ମୋର ବିଶ୍ୱାସ ଯେ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ରାଜ୍ୟର ନିରନ୍ତର ବିକାଶ ଏହାର ଗତି ବଜାୟ ରଖିବ।