Odia News Portal

ବିଜେପି ନେତାଙ୍କ ସେକ୍ସ ଭିଡିଓ ପୁଣି ଭାଇରାଲ

ଶିମଲା : ଭାରତୀୟ ଜନତା ପାର୍ଟି  (ବିଜେପି)ର ଜନୈକ ନେତା ଓ ତାଙ୍କ ବାନ୍ଧବୀଙ୍କ ସେକ୍ସ ଭିଡିଓ ପୁଣି ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ହିମାଚଳ ପ୍ରଦେଶ ବିଜେପିର ଯୁବନେତାଙ୍କୁ ଦେଖାଯାଉଛି। କୁହାଯାଉଛି ଏହି ଭାଇରାଲ ଭିଡିଓ କୌଣସି ହୋଟେଲର ବାଥରୁମର ବୋଲି।  ତେବେ ଗଣମାଧ୍ୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶ କୁଲ୍ଲୁରୁ ଏହି ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଥିବା ଉଭୟ ମହିଳା ଓ ପୁଋଷ ନେତା ହୋଟେଲର ବାଥରୁମରେ ଦେଖାଯାଉଛନ୍ତି। ଭିଡିଓ ସେୟାର ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ତେବେ ଭିଡିଓକୁ ନେଇ ଉଭୟନେତା ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି।

ଭିଡିଓରେ ଦେଖାଯାଉଥିବା ମହିଳା ହିମାଚଳ ବିଜେପି ମହିଳା ମୋର୍ଚ୍ଚାର ଜଣେ ସଦସ୍ୟା ବୋଲି କୁହାଯାଉଛି। ସେହିପରି ପୁରୁଷ ନେତା ଜଣକ ବିଜେପି ଯୁବ ମୋର୍ଚ୍ଚାର । ଦୁଇ ନେତାଙ୍କ ଏହି  ବାଥରୁମ ଭିଡିଓଟି ପୁରା ୧୨ ମିନିଟର ହୋଇଥିବା ବେଳେ ବନାଗ୍ନୀ ଭଳି ସାରା ଦେଶରେ ବ୍ୟାପୀବାରେ ଲାଗିଛି। ଯାହାକୁ ନେଇ ବିରୋଧୀ ରାଜନୈତିକ ଦଳମାନେ ସରକାରଙ୍କର ତୀବ୍ର ସମାଲୋଚନା କରୁଛନ୍ତି ।

ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ନେତାଙ୍କୁ  ରାଜ୍ୟ ବିଜେପିରୁ ବରଖାସ୍ତ କରାଯାଇଛି। କୁଲ୍ଲୁ ଏସପି ଗୌରବ ମାମଲାର ତଦନ୍ତ କରାଯାଉଥିବା କହିଛନ୍ତି। ଭିଡିଓ କେଉଁଠୁ ଓ କିଭଳି ପରିସ୍ଥିତିରେ ଭାଇରାଲ ହେଲା ତାର ତଦନ୍ତ ନିମନ୍ତେ ସାଇବର ସେଲକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଭିଡିଓର ସତ୍ୟତା ନେଇ ଜଣାପଡିବ ବୋଲି କହିଛନ୍ତି ଏସପି।