Odia News Portal

ବିଜେପିର ତାତ୍ସଲ୍ୟ: ବିକାଶ ନୁହେଁ ବରଂ ଚିଠି ଲେଖିବାରେ ପିଏଚଡି କରିଛନ୍ତି ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି କହି ବିଜେପି ନେତା ତାତ୍ସଲ୍ୟ କରି କହିବା ସହ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ନକଲକୁ ସର୍ବସମ୍ମୁଖରେ ଚିରି ପ୍ରତିବାଦ ଜଣାଇଛନ୍ତି ବିଜେପି ନେତା।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣା କରି ଚାଲିଛନ୍ତି । ରାଜ୍ୟ ସରକାର ଗୁମାସ୍ତା ପରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପରିବର୍ତ୍ତେ ମାଲିକ ସାଜି ନେମପ୍ଲେଟ୍ ଲଗାଇ ବାହା ବାଃ ନେବାର ଅପଚେଷ୍ଟା ଚଳାଇଛନ୍ତି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି। ସାଧାରଣ ଲୋକଙ୍କର ଜନ ଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟିତ୍ୱ ଥାଏ। କିନ୍ତୁ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି।

ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ। ଏହି ଯୋଜନାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଏବଂ ଦଳୀୟ କର୍ମୀଙ୍କୁ ଘର ଦିଆଯାଇଥିଲା । ଏହା ବିରୁଦ୍ଧରେ ରାଜ୍ୟ ବିଜେପି କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇବା ପରେ ରାଜ୍ୟସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ ସାଧାରଣ ଜନତା ।