Odia News Portal

ବିଜେପି ବିଧାୟକ ଙ୍କୁ ଚାପୁଡା ମାରିଲେ କୃଷକ

ଲକ୍ଷ୍ନୌ: ମଞ୍ଚ ଉପରେ ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ । ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ଉତ୍ତରପ୍ରଦେଶ ର ଏକ ଉତ୍ସବରେ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା ସଭାରେ ବସିଥିବାବେଳେ ତାଙ୍କ ସମ୍ମୁଖକୁ ଜଣେ କୃଷକ ଚାଲିଆସି ଚାପୁଡା ମାରିଥିଲେ । ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କୁଶାସନ, ଚାଷୀମାରଣ ନୀତି ବିରୋଧରେ ବିଧାୟକଙ୍କୁ ଚାଷୀ ନେତା ମାଡ ମାରିଥିବା କୁହାଯାଇଛି । ତେବେ ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।ସଭା ଉପରେ ବିଧାୟକଙ୍କୁ ଚାଷୀ ମାଡ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୃଷକ ଜଣଙ୍କ ବିଧାୟକଙ୍କୁ ଚାପୁଡା ମାରିବା ପରେ କିଛି ଲୋକ ଉତ୍ୟକ୍ତ ହୋଇ ମଞ୍ଚକୁ ଉଠିଯାଇ ଉକ୍ତ କୃଷକଙ୍କୁ କାବୁ କରିଥିଲେ । ତେବେ ଏହି ଘଟଣାକୁ ପ୍ରସଙ୍ଗ କରିଛି ସମାଜବାଦୀ ପାର୍ଟି । କହିଛି କି ଏହି ଚାପୁଡା ବିଧାୟକଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ ବରଂ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପ୍ରତି ଏକ ଚାପୁଡା । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଦୁର୍ବଳ ପ୍ରଶାସନ ଓ ଏକଛତ୍ରବାଦ ନୀତି ବିରୋଧରେ ଏହା ଏକ ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି କହିଛି ।