Odia News Portal

ବିଜେପି କେବଳ ରାଜନୈତିକ ହିଂସାରେ ବିଶ୍ୱାସ କରେ : ବିଜେଡି

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଉ ଅଳ୍ପ ଦିନ ଥିବା ବେଳେ ବିଜେପିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି । ବିଜେପି ଶାନ୍ତି ନୁହେଁ, ହିଂସାରେ ବିଶ୍ୱାସ କରେ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ସେ କହିଛନ୍ତି ବିଜେପି ଶାନ୍ତ ଓଡ଼ିଶାକୁ ୟୁପି ଓ ବିହାରରେ ପରିଣତ କରିବାକୁ ଚାହୁଁଛି । ପଦ୍ମପୁରର ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସଟି ଚଢ଼ାଉ ବେଳେ ବିଜେପି ନେତା ଚଢ଼ାଉରେ ସାମିଲ ଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସସ୍ମିତ ।

ବିଜେପିର ୪ ନେତା ପଦ୍ମପୁରରେ ହିଂସାତ୍ମକ ଆଚରଣ କରୁଛନ୍ତି । ତେଣୁ ଏହି ନେତାମାନଙ୍କୁ ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ମଧ୍ୟ ଫେରାଦ ହେବ ବିଜେଡି ।