Odia News Portal

ପିପିଲି ପାଇଁ ବିଜେପିର ୩୦ ଷ୍ଟାର ପ୍ରଚାରକ

ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଡି ପୁରନ୍ଦେଶ୍ୱରୀ ଓ ସମ୍ବିତ ପାତ୍ରଙ୍କ ଭଳି ଆଗଧାଡ଼ିଆ ନେତା ସାମିଲ

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ବିଜେପି ନିଜର ଷ୍ଟାର ପ୍ରଚାରକ ଘୋଷଣା କରିଛି | ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ କରିବେ । ବିଜେପିର ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ରହିଥିବା ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ,ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ, କେ ଭି ସିଂହ ଦେଓ ପ୍ରମୁଖ ପିପିଲିରେ ବିଜେପି ପାଇଁ ପ୍ରଚାର ଅଭିଯାନ ଜୋରଦାର କ୍ୟାମ୍ପେନ କରିବେ ।

ଏହା ବ୍ୟତୀତ ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀତମ ଦାସ,ଅପରାଜିତା ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀଙ୍କୁ ବିଜେପି ନିଜର ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବେ ବାଛିଛି ।