Odia News Portal

ଜାଣନ୍ତୁ ‘ବ୍ଲାକ ଫଙ୍ଗସ’ର ଲକ୍ଷଣ ଏବଂ ଉପଚାର….

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ସମୟରେ ଏବେ ବ୍ଲାକ ଫଙ୍ଗସ୍ ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଉପଚାର ପ୍ରକ୍ରିୟା ବିଷୟରେ:-

‘ବ୍ଲାକ ଫଙ୍ଗସ’ର ଲକ୍ଷଣ ମଧ୍ୟରେ ଆଖି କିମ୍ବା ନାକ ଚାରିପଟେ ଯନ୍ତ୍ରଣା ହେବା ଏବଂ ଲାଲ ପଡ଼ିଯିବା । ମୁଣ୍ଡ ବିନ୍ଧିବା, କାଶ ହେବା, ଜ୍ୱର ହେବା । ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା । ରକ୍ତ ବାନ୍ତି ହେବା । ନାକ ଚୁଂଟି ହେବା । ନାକରୁ କଳା ପାଣି ବାହାରିବା । ନାକ ଆଖପାଖରେ କଳା ରଙ୍ଗର ଚିହ୍ନ ପଡ଼ିବା । ଗାଲ ହାଡ଼ ଓ ମାଢ଼ିରେ ଯନ୍ତ୍ରଣା ହେବା । ଚର୍ମରେ କ୍ଷତ ଓ ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ । କରୋନା ରୋଗୀ, ଅନିୟନ୍ତ୍ରିତ ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି ଦୀର୍ଘଦିନ ଧରି ଆଇସିୟୁରେ ରହିଥିବା ରୋଗୀ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଦୀର୍ଘଦିନ ଧରି ଔଷଧ ସେବନ କରୁଥିବା ବ୍ୟକ୍ତି ଓ ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହୋଇଥାନ୍ତି । ମ୍ୟୁକରମାଇକୋସିସ୍ ବା କଳା ଫଙ୍ଗସ୍ ଏକ ବିରଳ ସଂକ୍ରମଣ । ତେବେ କରୋନା ମହାମାରୀ ସମୟରେ ଏହି ରୋଗରେ ଅ ।କ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାଟି ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ପରିବେଶରୁ ମଧ୍ୟ ଏହା ବ୍ୟାପିଥାଏ ।

ଏଭଳି ଏକ ଆହ୍ୱାନକୁ କିପରି ସମ୍ମୁଖୀନ ହେବେ, ସେଥିପାଇଁ ମଧ୍ୟ ଆଡଭାଇଜରୀ ଜାରି କରିଛି ଆଇସିଏମଆର । ମାଟି କିମ୍ବା ଚାଷବାସ କାମ କରୁଥିବା ବ୍ୟକ୍ତି ଜୋତା ପିନ୍ଧିବା ଜରୁରୀ । ଲମ୍ବା ଟ୍ରାଉଜର, ଫୁଲ ହାତ ସାର୍ଟ, ହାତରେ ଗ୍ଲୋଭ୍ସ ବ୍ୟବହାର କରିବା ଉଚିତ । ଧୁଳି ବା ସଂକ୍ରମିତ ଅଂଚଳକୁ ଗଲେ ମାସ୍କ ପିନ୍ଧିବା । ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବା, ଡାଇବେଟିସକୁ ନିୟନ୍ତ୍ରଣକୁ ଆଣିବା, କରୋନାରୁ ସୁସ୍ଥ ହେବା ପରେ ରକ୍ତ-ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା, ଷ୍ଟେରଏଡ୍ ଠିକ୍ ପରିମାଣରେ ଓ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା, ଅକ୍ସିଜେନ୍ ଥେରାପି ବେଳେ ବିଶୁଦ୍ଧ ପାଣି ବ୍ୟବହାର କରିବା, ଆଂଟି-ବାଇଓଟିକ୍ସ ଓ ଆଣ୍ଟି-ଫଙ୍ଗାଲ ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା, ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଅ ।ରମ୍ଭ କରିବା ।କଳା ଫଙ୍ଗସର ଚିକିତ୍ସା କରାଯାଇ ଏହି ନୂଆ ବିପଦରୁ ସୁରକ୍ଷିତ ରହିହେବ, ଏ ନେଇ ବିସ୍ତୃତ ଭାବେ ଜଣାଇଛି ଆଇସିଏମଆର । ଷ୍ଟେରଏଡ୍ ବ୍ୟବହାର ଠାରୁ ଅ ।ରମ୍ଭ କରି ଅନ୍ୟାନ୍ୟ ଔଷଧ କିପରି କରାଯିବ, ଡାକ୍ତରଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ରାଜକୋଟରେ ବ୍ଲାକ୍ ଫଙ୍ଗସ ମାମଲା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ସେରାଷ୍ଟ୍ରର ସମସ୍ତ ରୋଗୀ ରାଜକୋଟକୁ ଚିକିତ୍ସା ପାଇଁ ଅ ।ସୁଛନ୍ତି । ରାଜକୋଟରେ ସର୍ବ ବୃହତ ୨୫୦ ଶଯ୍ୟା ବିଶିଷ୍ଟ ମ୍ୟୁକୋରମାଇକୋସିସର ୱାର୍ଡ ପ୍ରତିଷ୍ଠା କରାଯାଇଛ । ଚିକିତ୍ସା ଅଧୀକ୍ଷକ ଡା. ଏସ୍ ତ୍ରିବେଦୀଙ୍କ ଅନୁଯାୟୀ ରୋଗୀମାନେ ସେରାଷ୍ଟ୍ରରୁ ରାଜକୋଟକୁ ଆସୁଛନ୍ତିୟ ଫଳସ୍ୱରୂପ, ରୋଗୀଙ୍କ ସଂଖ୍ୟା ବଡ଼ିବାରେ ଲାଗିଛନ୍ତି ।ସାରା ଦେଶରେ ଏବେ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି । ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତ । ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍ ଫଙ୍ଗସ ରୋଗ । ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଅ ।ସୁଛି । ରାଜଧାନୀ ଦିଲ୍ଲୀର ଡାକ୍ତରଖାନାରେ ଏଭଳି ମାମଲା ବାହାରିବ ପରେ ଏବେ ଗୁଜୁରାଟର ଏକ ହସ୍ପିଟାଲରେ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ହୋଇଥିବା ମାମଲା ସାମ୍ନାକୁ ଅ ।ସୁଛି ।

ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି ଠିକ୍ ସେତିକି ବେଳେ ଏହି ବ୍ଲାକ ଫଙ୍ଗସ୍ ରୋଗ ନୂଅ । ଏବଂ ବିରଳ ବୋଲି କୁହାଯାଉଛ । ଅ ।ଉ ଏବେ ରେମଡିସିଭର ପରେ ମ୍ୟୁକୋରମାଇକୋସିସ୍ ଇଞ୍ଜେକ୍ସନର ମଧ୍ୟ ଭୟଙ୍କର ଅଭାବ ଦେଖିବାକୁ ମିଳିଛି ।ମ୍ୟୁକୋରମାଇକୋସିସର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟୟ ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଅ ।ମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଅ ।ଯାଏ । ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ ।

ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣୀର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ । କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା । ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।