Odia News Portal

ବଡ଼ ବିସ୍ଫୋରଣ, ୭ଜଣଙ୍କ ମୃତ୍ୟୁ, ୭୦ରୁ ଅଧିକ ଆହତ

ପେଶୱାର() ପାକିସ୍ତାନର ପେଶାୱରର ଏକ ମଦ୍ରାସା ନିକଟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ମଦ୍ରାସା, ଦୀର କଲୋନୀରେ ହୋଇଛି । ରିଲିଫ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ, ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଛି ଓ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି ।

ତେବେ ଏହି ବିସ୍ଫୋରଣ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କେତେକ ଲୋକଙ୍କ କହିବା ଅନୁସାରେ ଏହା ସିଲିଣ୍ଡର ବ୍ଲାଷ୍ଟ । ଘଟଣାସ୍ଥଳରେ ପହଞ୍ଚିଥିବା ଅଫିସର ମାମଲାର ତଦନ୍ତ କରୁଛନ୍ତି ।