Odia News Portal

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ । ରବିବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ଏକ କ୍ଷେତରେ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ ଜନ ସଭା ସ୍ଥାନଠାରୁ ଏହି ବିସ୍ଫୋରଣ ମାତ୍ର ୪ କିଲୋମିଟର ଦୂରରେ ହୋଇଛି । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସାମ୍ବା ଜିଲ୍ଲାର ବିଷ୍ଣାୟ ସ୍ଥିତ ଲଲାୟଲ ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ପୋଲିସ କହିଛି। ପ୍ରାରମ୍ଭିକ ତଦନ୍ତରୁ ବଜ୍ରପାତ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପୋଲିସ ସନ୍ଦେହ କରୁଛି।
ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୨୦ ହଜାର କୋଟି ପ୍ୟାକେଜ ଘୋଷଣା କରିପାରନ୍ତି | ଏହା ବ୍ୟତୀତ ୩୮ ହଜାର କୋଟି ଟଙ୍କାର ନିବେଶର ଶୁଭାରମ୍ଭ କରିବେ ।