Odia News Portal

ପଥର ଖାଦାନରେ ବିସ୍ଫୋରଣ : ତିନି ମୃତ

ଗୁଣୁପୁର()  ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ତିନି ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଶ୍ରମିକ ଥିବାର ସୂଚନା ରହିଛି । ପଥର ଫୁଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।