Odia News Portal

ବିଜେଡି ନେତ୍ରୀଙ୍କ ଗାଡ଼ିକୁ ବୋମାମାଡ଼

ଯାଜପୁର ଜିଲ୍ଲାରେ ବିଜେଡି ନେତ୍ରୀଙ୍କ ଗାଡିକୁ ବୋମାମାଡ଼ ଅଭିଯୋଗ । ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ସରୋଜିନୀ ରାଜଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା କରିଥିଲେ । ଏଥିରେ ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ସରୋଜିନୀ ହରିପୁରରୁ ନିର୍ବାଚନ ସଭା ସାରି ଫେରିବା ବାଟରେ ଏହି ଘଟଣା ଘଟିଥିଲା । ରାଜନୈତିକ ଆକ୍ରୋଶ ରଖି କେହି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି ।