Odia News Portal

ଭାରତ ପାଇଁ ୩୨୮ ରନ୍‌ର ଟାର୍ଗେଟ୍

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୨୯୪ ରନରେ ଅଲଆଉଟ୍ । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ୍ ଦେଇଛି ।

ସୂଚନାନୁଯାୟୀ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଦଳ‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଏହି ଇନିଂସରେ ଭାରତୀୟ ଦଳ‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ତେଣୁ ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ ଦଳ । ଦଳ ପକ୍ଷରୁ ଡେଭିଡ଼୍‌ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍‌ ଭଲ ଆରମ୍ଭ କରିଥିଲେ । ଦଳ ୮୯ ରନ୍‌ରେ ପ୍ରଥମ ଓ୍ୱିକେଟ୍‌ ପତନ ହୋଇଥିଲା | ପ୍ରଥମ ଓ୍ୱିକେଟରେ ମାର୍କସ ହାରିସ୍‌ ଆଉଟ ହୋଇ ପ୍ୟାଭିଲିଆନ ଫେରିଥିଲେ । ୨ୟ ଇନିଂସରେ ମାର୍କସ ହାରିସ୍‌ ୩୮ରନ୍‌, ଲାବୁସେନ୍‌ ୨୫ରନ୍‌, ମାଥ୍ୟୁ ଓ୍ୱାଡେ (୦) ରନ୍‌ରେ ପାଭିଲିୟନ୍‌ ଫେରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍‌ ଷ୍ମିଥ୍‌ ୫୫ ରନ୍‌, କାମ୍‌ରନ ଗ୍ରୀନ୍‌ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଛି । ଏହାସହ ଅଷ୍ଟ୍ରେଲିଆ ଦଳ ଭାରତଠୁ ୩୨୭ ରନରେ ଆଗୁଆ ରହିଛି । ଏବେ ଭାରତକୁ ଜିତିବା ପାଇଁ ୩୨୮ ରନ୍ ର ଟାର୍ଗେଟ ମିଳିଛି । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି ।