Odia News Portal

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଭାରତ ଗସ୍ତ ବାତିଲ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ଭାରତ ଗସ୍ତ ବାତିଲ କରିଛନ୍ତି ବୋରିସ ଜନସନ । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି |

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ସପ୍ତାହରେ ଭାରତ ଯାତ୍ରାକୁ ବାତିଲ କରିଛନ୍ତି । ଏହା ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ ଏହି ମାସ ଶେଷରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ସହଭାଗିତା ଯୋଜନା ବିଷୟରେ ଆଲୋଚନା କରିପାରନ୍ତି । ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଥିଲେ ମଧ୍ୟ ସେମାନେ ନିୟମିତ ଯୋଗାଯୋଗରେ ରହିବେ ଏବଂ ଏହି ବର୍ଷ ଶେଷରେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଅପେକ୍ଷା କରିବେ ବୋଲି ଜଣାପଡ଼ିଛି।