Odia News Portal

କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ସହ ଦିବ୍ୟଶଙ୍କରଙ୍କ ଆଲୋଚନା

ବିତରଣକାରୀ କମ୍ପାନୀକୁ ପୁନର୍ବିନ୍ୟାସରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ୱର: ତାଳଚେର ତାପଜ ବିଦୁ୍ୟତ କେନ୍ଦ୍ର (ଟିଟିପିଏସ୍‍) ବନ୍ଦ ଉପରେ ଶକ୍ତି ମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ମନ୍ତ୍ରୀ ରାଜକୁମାର ସିଂହଙ୍କ ସହ ବାର୍ତ୍ତାଳାପ କରିଛନ୍ତିା ନିଜର ପ୍ରତିକ୍ରିୟା ରଖି ମନ୍ତ୍ରୀ ଏହାକୁ ପୁନଃସଂଚାଳନ କରିବାକୁ ଅନୁରୋଧ କରିଛନ୍ତି | ୧୯୬୮ ମସିହାରେ ସ୍ଥାପିତ ଏହି କେନ୍ଦ୍ର ୧୯୯୫ ମସିହାରେ ଜାତୀୟ ତାପଜ ଶକ୍ତି କେନ୍ଦ୍ର (ଏନ୍‍ଟିପିସି) ଦ୍ୱାରା ଅଧିଗୃହୀତ ହୋଇଥିଲା | ଏହାକୁ ୨୦୧୦ରେ ସଂପ୍ରସାରିତ କରି ପ୍ରତ୍ୟେକ ୟୁନିଟରୁ ଅତିରିକ୍ତ ୬୬୦ ମେଗାଓ୍ୱାଟ ବିଦୁ୍ୟତ ଉତ୍ପାଦନ କରୁଥିବା ଦୁଇଟି ୟୁନିଟ୍‍ ସ୍ଥାପନ କରିବାକୁ ପ୍ରସ୍ତାବ ଥିବାରୁ ଗ୍ରୀଡ୍‍କୋ ଏହି କେନ୍ଦ୍ରରୁ ଶକ୍ତି କ୍ରୟ କରିବାକୁ ଚୁକ୍ତି ସ୍ୱାକ୍ଷରିତ କରିଥିଲ | କିନ୍ତୁ ବିଡମ୍ବନାର ବିଷୟ ୩୧/୦୩/୨୦୨୧ରେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ନିଷ୍ପତ୍ତି ଏଠାରେ କାର୍ଯ୍ୟରତ କର୍ମଚାରୀ ଏବଂ ଅନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ପରିବାରବର୍ଗ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି |

ତାପଜ କେନ୍ଦ୍ରର ସ୍ଥାୟୀ ଭାବେ ବନ୍ଦକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖା ଦେବା ସହିତ କର୍ମଚାରୀ ମହଲରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି | ତେଣୁ ଏହାକୁ ଚାଲୁ ରଖିବା ଏବଂ ଏହାର ତୃତୀୟ ଚରଣର ସଂପ୍ରସାରଣ କରାଯିବା ପାଇଁ ସେ ଅନୁରୋଧ କରିଛନ୍ତିା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ଏଥି ସହିତ ଶକ୍ତି କ୍ଷେତ୍ରର ପୁନର୍ବିନ୍ୟାସ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଶକ୍ତି ମନ୍ତ୍ରୀ କ୍ୟାପ୍‍ଟେନ୍‍ ମିଶ୍ର କେନ୍ଦ୍ର ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି | ସେ କେନ୍ଦ୍ରର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ସେଥିରେ ରାଜ୍ୟର ଘରୋଇ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ପୁନର୍ବିନ୍ୟାସ ପ୍ରକ୍ରିୟାରେ ସାମିଲ କରାଗଲେ ତାହା ଏହି ଯୋଜନାରେ ଉପଭୋକ୍ତାମାନଙ୍କ ସ୍ୱାର୍ଥରକ୍ଷା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୁଅନ୍ତା ବୋଲି କହିଥିଲ |

କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ କ୍ରମେ ଘରୋଇ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ଘରୋଇକରଣ କରିବା କାମ ଆରମ୍ଭ କରିଛନ୍ତି | ପୁନରାୟ ଏହି ଚିଠା ପ୍ରସ୍ତାବରେ ଘରୋଇ ଭାଗୀଦାରିତା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିବା ହେତୁ ଏହି ସଂସ୍ଥାଗୁଡ଼ିକୁ ବାଦଦେଲେ ଏହା ରାଜ୍ୟର ଶକ୍ତି ବିତରଣ କ୍ଷେତ୍ରକୁ ହତୋତ୍ସାହ କରିବା ଓଡ଼ିଶା ସରକାରୀ-ଘରୋଇ ଭାଗୀଦାରି (ପିପିପି) ଆଧାରରେ ବିଦ୍ୟୁତ ବିତରଣ କାର୍ଯ୍ୟ ଚାଲୁ ରଖିଛି | ଏଥିରେ ସରକାରଙ୍କ ୪୯% ଅଂଶଧନ ରହିଛି | ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଦୁଇଗୋଟି ବିଦ୍ୟୁତ ବିତରଣ କମ୍ପାନୀର ଅଧ୍ୟକ୍ଷ ରହିଛନ୍ତି ଏବଂ ଅନ୍ୟ ସମସ୍ତ ବିତରଣ କମ୍ପାନୀର ଅଧ୍ୟକ୍ଷ ରହିବାକୁ ପ୍ରସ୍ତାବ ରଖାଯାଇଛି | ତା’ଛଡ଼ା ଏହି କମ୍ପାନୀରେ ସରକାରଙ୍କ ତରଫରୁ ମନୋନୀତ ଯଥେଷ୍ଟ ସଂଖ୍ୟକ ପ୍ରତିନିଧି ରହିଛନ୍ତି |

ଏପରିକି ସରକାରୀ ଅନୁଦାନରେ ସୃଷ୍ଟି କରାଯାଇଥିବା ସମସ୍ତ ସଂପତ୍ତି ସରକାରଙ୍କ ମାଲିକାନାରେ ରହିଛି | କେବଳ ବିତରଣ କମ୍ପାନୀଗୁଡ଼ିକ ତା’ର ବ୍ୟବହାର କରୁଛନ୍ତି | ଏସବୁ ସ୍ଥଳେ ଘରୋଇ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକୁ ଦିଆନଗଲେ ତାହାର ବୋଝ ସିଧାସଳଖ ଉପଭୋକ୍ତାଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିବା ଦର୍ଶାଇ ମନ୍ତ୍ରୀ କ୍ୟାପ୍‍ଟେନ୍‍ ମିଶ୍ର ଏ ଦିଗରେ ଠୋସ୍‍ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି |ରାଜ୍ୟ ସରକାର ୧୯୯୯ରେ ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ଘରୋଇକରଣ କରିସାରିଛନ୍ତିା ସେଗୁଡ଼ିକ କେନ୍ଦ୍ରୀୟ ଯୋଜନା, ରାଜ୍ୟବ୍ୟାପି ବିଦ୍ୟୁତ ବିତରଣ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ଆଇପିଡିଏସ୍‍ ଏବଂ ସୌଭାଗ୍ୟରେ ଅନ୍ତର୍ଭୁକ୍ତା ତେଣୁ ସେହି ସମାନ ପ୍ରକାର ବ୍ୟବସ୍ଥା ଏହି ପ୍ରସ୍ତାବିତ ଯୋଜନାରେ ନିଆଯିବାକୁ ସେ ଅନୁରୋଧ କରିଛନ୍ତିା