Odia News Portal

ଚହଲ ଓ ଗୌତମ କରୋନା ପଜିଟିଭ୍‌

କଲମ୍ବୋ: ଭାରତୀୟ ଦଳର ଦୁଇ ସ୍ପିନର କ୍ରିଷାପା ଗୌତମ ଏବଂ ୟୁଜବେନ୍ଦ୍ର ଚହଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଅଲରାଉଣ୍ଡର କୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଏମାନେ କରୋନା ଚିହ୍ନଟ ହୋଇଛନ୍ତି । ଏବେ ଏଇ ଦୁଇ ଖେଳାଳୀ କଲମ୍ବୋରେ ଆଇସୋଲେସନରେ ରହିଛନ୍ତି । ସେପଟେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବାକି ଖେଳାଳୀମାନେ ମଧ୍ୟ ଆଇସୋଲେସନରେ ରହିବେ ।

ଦ୍ୱିତୀୟ ଟି-୨୦ ପୂର୍ବରୁ କୁନାଲ ପାଣ୍ଡ୍ୟା ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ୮ଜଣ ଖେଳାଳୀ ମଧ୍ୟ ବାକି ମ୍ୟାଚ ଖେଳିନଥିଲେ । ଯେଉଁ କାରଣରୁ ଭାରତ ଟି-୨୦ ସିରିଜ ହାରିଛି ।