Odia News Portal

ଧାୱନଙ୍କ ପାଇଁ ଚ୍ୟାଲେଞ୍ଜ

କଲମ୍ବୋ: ଆଜି ପ୍ରଥମ ଦିନିକିଆ ମ୍ୟାଚରେ ଭେଟାଭେଟି ହେବେ ଭାରତ ଏବଂ ଶ୍ରୀଲଙ୍କା । ଦଳର ଅଭିଜ୍ଞ ଖେଳାଳୀଙ୍କ ବିନା ଧାୱନ ଦଳର ଭାର ସମ୍ଭାଳିଛନ୍ତି । ଅଧିନାୟକ ଧାୱନଙ୍କ ଲାଗି ଏକ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ସିରିଜରେ ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧାୱନ । ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଖେଳାଳୀଙ୍କ ବିନା ପ୍ରଥମଥର ଲାଗି ଦଳ ମଇଦାନକୁ ଓହ୍ଲାଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି, ଆଜିର ମ୍ୟାଚରେ ବହୁ ଯୁବ ଖେଳାଳୀ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ଲାଗି ଇଠଲଣ୍ଡରେ ରହିଛି ବିରାଟ ବାହିନୀ । ତେବେ ସିନିୟର ଦଳ ପରାସ୍ତ ହୋଇଥିବା ବେଳେ ଧାୱନ ବାହିନୀ କେମିତି ପ୍ରଦର୍ଶନ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।