Odia News Portal

ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ

ନବରଙ୍ଗପୁର: ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।ତେବେ ତାଙ୍କ ସହିତ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ନବରଙ୍ଗପୁର ଗସ୍ତ କରିଛନ୍ତି ।

ସୂଚନା ଅନୁଯାୟୀ,  ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନବରଙ୍ଗପୁର ଗସ୍ତରେ ଯାଇ ସ୍ଥାନୀୟ ସର୍କିଟ ହାଉସ ପଡିଆରେ ଓହ୍ଲାଇଥିଲେ । ଏହାପରେ ସର୍କିଟ ହାଉସରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସ୍‌ପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସି଼ଡିଏମ୍‌ଓ ଶୋଭାରଣୀ ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ।

ଏହାସହ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସେଠାରେ କରୋନା ସ୍ଥିତି ପରଖିଥିଲେ।ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୬ ଶହ କୋଭିଡ ପରୀକ୍ଷା କରାଯିବ । ଖୁବ ଶୀଘ୍ର ନବରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିସହ ନବରଙ୍ଗପୁର ଜିଲ୍ଲାକୁ ୧୦ ହଜାର ଭ୍ୟାକ୍‌ସିନ୍‌ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।