Odia News Portal

କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ରାଜୀନତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କିଏ ସମ୍ଭାଳିବ ପଦବୀ । ତାକୁ ନେଇ ସବୁଠି ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବରେ ଗୁଜରାଟରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।
ସେ ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିବେ । ଏହାପରେ ବିଧାୟକ ଦଳ ବୈଠକରେ ନୂଆ ନେତା ଚୟନ କରାଯିବ । ମିଳିଥିବା ସୂଚନା ଅନୁସାରେ, ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଶପଥ ନେବେ ।
ମୁଖ୍ୟମନ୍ତ୍ରୀ ରେସରେ ୪ଜଣ ବରିଷ୍ଠ ନେତାଙ୍କ ନାଁ ସାମନାକୁ ଆସୁଛି । ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍, ରାଜ୍ୟ କୃଷିମନ୍ତ୍ରୀ ଆରସି ଫାଲଦୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ମନସୁଖ ମାଣ୍ଡଭିୟ । ଏମାନଙ୍କ ଭିତରୁ କିଏ ନା ଆଉ କାହାକୁ ଦଳ ଗୁଜରାଟ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ତାଉପରେ ନଜର ରହିଛି ।