Odia News Portal

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଣୂପଜ୍ୟୋତିଙ୍କ ଯୋଗଦାନ ବିଜେପିକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି । ଆଜି ଲକ୍ଷ୍ମୀପୁରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି । ତେବେ ଆଗାମୀଦିନରେ ଆହୁରି କିଛି କଂଗ୍ରେସ କର୍ମୀ ବିଜେପିରେ ମିଶିବେ ବୋଲି ସେ କହିଛନ୍ତି । ଏପରିକି ସେ ୨୦୧୯ ନିର୍ବାଚନରେ ଦଳରେ ସାମିଲ ହେବାର ଯୋଜନା ଥିଲା । ମାତ୍ର କୌଣସି କାରଣରୁ ସେ ମିଶିବାରେ ବିଳମ୍ବ ହୋଇଛି ।