Odia News Portal

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର()  ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ କାଲି ଆନ୍ଦୋଳନ କରିବ । ନାରୀ ନିର୍ୟ୍ୟାତନା ,ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ କଂଗ୍ରେସ ବକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରେସମିଟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ନରସିଂହ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସରକାର ବାରମ୍ବାର ଗୃହରେ ଭୁଲ ତଥ୍ୟ ଦେଉଛନ୍ତି । ଗୋଟିଏ ପ୍ରଶ୍ନର ଭିନ୍ନ ଉତ୍ତର ଦେଉଛନ୍ତି ରାଜ୍ୟ ସରକାର । ମରୁଡି କଥା ପଚାରିଲେ ବର୍ଷା କଥା କହି ଏଡାଇ ଯାଉଛନ୍ତି ସରକାର । ବିଭିନ୍ନ ପ୍ରସଙ୍ଗରେ ସରକାର ସମ୍ପୂର୍ଣ୍ଣ ଭୂଲ ତଥ୍ୟ ଦେଉଥିବା କହିଛନ୍ତି ନରସିଂହ । ଏହାଛଡା ନାବାଳିକା ନିଖୋଜ ଓ ଦୁଷ୍କର୍ମ ଭଳି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି ନରସିଂହ ।

ଅନ୍ୟପଟେ ଆଜି ବିଧାନସଭା ଗୃହରେ ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ ।