Odia News Portal

ପଜିଟିଭ ଥିବା ମା ପାଖରୁ ଜନ୍ମିତ ଶିଶୁ ପଜିଟିଭ ବାହାରିବା ଆଶଙ୍କା କମ

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ଗର୍ଭବତୀ ମହିଳା କରୋନା ପଜିଟିଭ ବାହାରିଲେ ସେମାନେ ଆଇସୋଲେସନରେ ରହିପାରିବେ । କିନ୍ତୁ ଏଥିପାଇଁ ଅଧିକ ସତର୍କ ରହିବା ଦରକାର । ପଜିଟିଭ ଥିବା ମା ପାଖରୁ ଜନ୍ମିତ ଶିଶୁ ପଜିଟିଭ ବାହାରିବା ଆଶଙ୍କା କମ ରହିଛି । କିନ୍ତୁ ମାକୁ ଅଧିକ ସତର୍କତା ରହିବା ଜରୁରୀ ନଚେତ ଶିଶୁ ସଂକ୍ରମିତ ହୋଇପାରେ । ହୋମ ଆଇସୋଲେସନରେ ଥିବା ବେଳେ ଆକ୍ରାନ୍ତଙ୍କ ପାଖେ ନିଦ୍ରାହୀନତା ଦେଖାଦେବାର ଆଶଙ୍କା ରହିଛି । ମାନସିକ ରୋଗ ଥିବା ଓ ବୟସ୍କଙ୍କ ପ୍ରତି ଅଧିକ ରିସ୍କ ରହିଥାଏ । ତେଣୁ ଯୋଗ, ପ୍ରାଣାୟମ ସହ ଇନଡ଼ୋର ଗେମ୍ ଖେଳିବା ଆବଶ୍ୟକ ।