Odia News Portal

ଚିନ୍‌କୁ ଫେରିଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତିସ୍ଥଳ ହେଉଛି ଚାଇନା । ତେବେ ଧିରେ ଧିରେ ଏହା ସାରା ବିଶ୍ୱକୁ କବଳିତ କରିବସିଥିଲା । ପରବର୍ତ୍ତୀ ସମୟରେ ଚିନରେ କରୋନା ସ୍ଥିତି ଆୟତ ହୋଇଥିଲା । ଚିନରେ ଲକ୍‌ଡାଉନ ଉଠିଥିବା ବେଳେ ବାହାର ଦେଶରେ ଲକଡାଉନ ଲାଗି ରହିଛି । ତେବେ ପୁଣିଥରେ ଚାଇନାକୁ ଫେରିଛି କରୋନା । ଏଠାରେ ପୁଣିଥରେ ଲକଡାଉନ ଘୋଷଣା ହୋଇଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଚୀନର ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଭୂତାଣୁ ବୃଦ୍ଧି ପାଇବାରେ ଲାଗିଛି । ଚୀନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଚୀନର ଦକ୍ଷିଣରେ ଅବସ୍ଥିତ ଏହି ସହରରେ ହଠାତ୍ କରୋନା ସଂକ୍ରମଣ ଦେଖାଯିବା ଚିନ୍ତାର ବିଷୟ ପାଲଟିଛି। ମେ ୩୦ ତାରିଖରେ ଏହି ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ କରୋନା ସଂକ୍ରମଣ ଦେଖାଦେବା ପରେ ସ୍ଥାନୀୟ ପ୍ରଶାସନ ସେଠାରେ ଲକ୍ଡାଉନ୍ ଲାଗୁ କରିଛି। କିନ୍ତୁ ଚାଇନାର ଗୁଆଙ୍ଗଡଙ୍ଗ ପ୍ରଦେଶରେ ହଠାତ୍ ୨୭ ଟି ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୨୦ ଟି ମାମଲା ସ୍ଥାନୀୟ ଲୋକଙ୍କ ସଂକ୍ରମଣ ସହ ଜଡିତ ଥିବାବେଳେ ୭ ଟି ବାହ୍ୟ ସଂକ୍ରମଣ ବୋଲି କୁହାଯାଇଛି ।