Odia News Portal

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ କ୍ରିକେଟ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍

ଓଭାଲ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା ଟେଷ୍ଟକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି । ଏକ ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମରେ ରବି ଶାସ୍ତ୍ରୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । କଟକଣା ସତ୍ୱେ ଏହି କାର୍ୟ୍ୟକ୍ରମରେ ବାହାର ଲୋକ ଯୋଗ ଦେଇଥିଲେ । ଶାସ୍ତ୍ରୀ ଏବଂ ଅନ୍ୟ ସହଯୋଗୀ କୋଚ ଏବେ କ୍ୱାରେଂଟାଇନରେ ଅଛନ୍ତି ।