Odia News Portal

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ

ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଛି ଗଛରେ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଣ୍ଟ ପଞ୍ଚାୟତ କୁଅଁର ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଏବେ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ସୁଚନାନୁଯୀୟୀ, ମଙ୍ଗଳପୁର ଥାନା କୁଅଁର ସାହି ଗାଁରେ ଥିବା ଏକ ଗଛରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଦେଖୁ ଦେଖୁ ପୁରା ଗାଁରେ ଏହି ଖବରକୁ ନେଇ ଚହଲ ସୃଷ୍ଟି ହୋଇଯାଇଥିଲା । ଲୋକଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଥିଲା । ପ୍ରେମ ପାଇଁ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସ୍ପଷ୍ଠ ଜଣାପଡିଛି ।
ତେବେ ଏବେ ଯାଏଁ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ କି ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।