Odia News Portal

ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ, ୧୬୬ ଲୋକାଲ କେସ

ଭୁବନେଶ୍ବର() ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୦୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୪୦ଜଣ ସୁସ୍ଥ ହୋଇଛନ୍ତି ଓ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୨୨୦୧ଜଣ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି ।