Odia News Portal

ମାଛ ଜାଲରେ ପଡିଲା କୁମ୍ଭୀର

ମାଲକାନଗିରି: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ପଡ଼ିଥିଲା ବିରାଟ କାୟ କୁମ୍ଭୀର ।

ମାଛ ଧରାଳି ବିରାଟକାୟ ମାଛ ଭାବି ଉଦ୍ଧାର କରିବା ପରେ କୁମ୍ଭୀର ଜାଲରେ ପଡିଥିବା ଦେଖି ଭୟଭୀତ ହୋଇଥିଲେ ଓ ବନବିଭାଗକୁ ଖବର ଦେଇଥିଲେ । ପରେ ବାଲିମେଳା ରେଞ୍ଜ ବନବିଭାଗ ତୁରନ୍ତ ପହଞ୍ଚି ଉଦ୍ଧାର କୁମ୍ଭୀରକୁ ଚିକିତ୍ସା କରିଛନ୍ତି । ଉଦ୍ଧାର କୁମ୍ଭୀରକୁ ୩ରୁ ୪ ଦିନ ନଜର ରଖିବା ସହ ସୁସ୍ଥ ହେବା ପରେ ଅନ୍ୟତ୍ର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।