Odia News Portal

୨୨ରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ବାଙ୍ଗଲାଦେଶ ଆଡକୁ ମୁହାଁଇବ । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ ବୋଲି କୁହାଯାଇଛି । ଏହି ସୂଚନା ଦେଇଛନ୍ତି ସୋଆ ପାଣିପାଗ ବିଭାଗ ମୁଖ୍ୟ ଶରତ ସାହୁ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।