Odia News Portal

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ; ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ

ଖରାଦିନେ ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ଏବେ ଭାରତ ମହାସାଗରର ବିଷୁବରେଖା ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଘନୀଭୂତ ହେବ । ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।

ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ ଅନୁସାରେ, ବାତ୍ୟା ହେଲେ ଆଣ୍ଡାମାନ ନିକୋବର ଦେଇ ବାଂଲାଦେଶ ମୁହାଁ ହେବ । ସେହିପରି ଓ୍ଵିଣ୍ଡିର ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି, ବାତ୍ୟା ହେଲେ ମିଆଁମାର ମୁହଁ ହେବ । ସେପଟେ ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଲଘୁଚାପ ଅବପାତ କିମ୍ବା ବାତ୍ୟାର ରୂପ ନେଇ ବାଂଲାଦେଶ, ମିଆଁମାର ନହେଲେ ଦକ୍ଷଣ ପୂର୍ବ ଭାରତ ମୁହାଁ ସମ୍ଭାବନା ରହିଛି । ଆଇଏମଡି କହିଛି, ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ ।