Odia News Portal

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢିଲା ଚିନ୍ତା

ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ରାଜ୍ୟ ସରକାର । ବାତ୍ୟାର ମୁକାବିଲା ନେଇ ଆଜି ପାକ୍ ପ୍ରସ୍ତୁତି ବୈଠକ ବସିବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନିସଂ ମାଧ୍ୟମରେ ଏସଆରସି ଆଲୋଚନା କରିବେ । ଏହାସହିତ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର , ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏମର୍ଜେନ୍ସି, ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୨୪ ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।