Odia News Portal

ଫୋନି’ ପାଇଁ +୨ ମୂଲ୍ୟାୟନ ବନ୍ଦ ରହିବ

ବାତ୍ୟା ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କାଲିଠୁ +୨ ମୂଲ୍ୟାୟନ ବନ୍ଦ ରହିବ। କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି CHSE ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ।

ପୁରୀଠାରୁ ୩୬୦ କିମି ଦୂରରେ ରହିଛି ‘ଫୋନି’। ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଏହା ସ୍ଥଳଭାଗ ଛୁଇଁବ। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି।