Odia News Portal

ବଦଳିଲା ବାତ୍ୟା ଗତିପଥର ଆକଳନ,ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ସମ୍ଭାବ୍ୟ ବାତ୍ୟା

ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ ଅନୁସାରେ ବଦଳିଲା ବାତ୍ୟା ଗତିପଥର ଆକଳନ। ଗତକାଲି କହୁଥିଲା ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ। ଆଜି ECMWF ଦେଖାଉଛି ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ।

ଗଙ୍ଗାସାଗରରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ ବୋଲି ଆଜି ୟୁରୋପିଆନ୍‌ ECMWF ମଡେଲ୍‌ ଦେଖାଉଛି। ସେପଟେ ଆମେରିକାନ୍‌ GFS ମଡେଲ୍‌ କିନ୍ତୁ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି ଦେଖାଉଛି। ଶ୍ରୀକାକୁଲମ୍‌ ପାଖରେ ଲ୍ୟାଣ୍ଡଫଲ୍‌ ଦେଖାଉଛି। ଏପଟେ IMD ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନାହିଁ।