Odia News Portal

ବାତ୍ୟା ଲ୍ୟାଣ୍ଡଫଲ କରିବନି -ଆଇଏମଡି ଡିଜି

୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳ ଭାଗ ଛୁଇଁବନି । ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବନି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ବାତ୍ୟା ଲ୍ୟାଣ୍ଡଫଲ ନ କରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ । ସମାନ୍ତରାଳ ଭାବେ ସମୁଦ୍ର ରେ ଓଡିଶା ଉପକୂଳ ଦେଇ ଯିବ । ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀ ଙ୍କୁ ବାରଣ କରାଯାଇଛି । ସମୁଦ୍ର ରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ଗଂଜାମ , ଗଜପତି, ଖୋର୍ଦ୍ଧା, ଜଗତସିିଂହପୁର , ପୁରୀ ରେ ବର୍ଷା ହେବ ।