Odia News Portal

ପିପିଲିରେ ଘୋଷଣା ହେବ ସାନି ଉପନିର୍ବାଚନ ତାରିଖ

*ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପଦକ୍ଷେପ |
*ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ |
*ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସୂଚନା |

ଭୁବନେଶ୍ୱର: ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇ ଯାଇଛି। ଭୁବନେଶ୍ବରର ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି | ତେବେ ଅଜିତଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପନିର୍ବାଚନ ତାରିଖ ଘୁଞ୍ଚିବ। ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋ‌ଷଣା ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସ ଦଳକୁ ପୁଣି ଥରେ ପ୍ରାର୍ଥୀ‌ ଦେବାକୁ ସୁଯୋଗ ମିଳିବ। ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ଦ୍ବାରା ନାମାଙ୍କନ କରାଯାଇଥିବା ପ୍ରାର୍ଥୀମାନଙ୍କର ନାମ ବଳବତ୍ତର ରହିବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ । ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।