Odia News Portal

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର

ଭୁବନେଶ୍ବର() ଆଜି  ଭୁବନେଶ୍ୱରର ନୂତନ ଡିସିପିଭାବେ ଉମାଶଙ୍କର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏନେଇ ପୁଲିସ ସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୁପ କୁମାର ସାହୁ  ଶ୍ରୀ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ଠିକ ସେହିଭଳି କଟକର ନୂତନ ଡିସିପିଭାବେ ପ୍ରତୀକ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିସିପିଙ୍କ ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।  ଏହି ଅବସରରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ  ନୂତନ ଓ ବିଦାୟୀ ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ବକ୍ତବ୍ୟ ରଖିଥିଲେ ।