Odia News Portal

ଦୁର୍ଗାପୂଜା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

କଟକ()  କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ୍‌ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ୍‌ । ୧୦୦ ଜଣ ପୋଲିସ୍‌ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି । କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । କଟକରେ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।