Odia News Portal

ନବାଗତ ଦେଲେ ଇଂଲଣ୍ଡକୁ ଚକମା

ପ୍ରଥମ ଦିନିକିଆକୁ ୬୬ ରନରେ ଜିତିଲା ଭାରତ

ପୁଣେ : ବ୍ୟାଟିଂ ଓ ବୋଲିଂରେ ପୁଣି ଥରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ । ଓପନର ଶିଖର ଧାୱନ, ଅଧିନାୟକ ବିରାଟ କୋହଲି, ଲୋକେଶ ରାହୁଲ ଓ ନବାଗତ କୃଣାଳ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ପଦାର୍ପଣକାରୀ ପ୍ରସିଦ୍ଧ କ୍ରିଷ୍ଣା, ଭୁବନେଶ୍ୱର କୁମାର ଓ ସର୍ଦ୍ଦୁଲ ଠାକୁରଙ୍କ ପ୍ରଶଂସନୀୟ ବୋଲିଂକୁ ପାଥେୟ କରି ସ୍ଥାନୀୟ ଏମସିଏ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଫଳରେ ୩ ମ୍ୟାଚ୍ ସିରିକରେ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର 2ୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ଖେଳାଯିବ । ଧାୱନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ କରି ଭାରତ ଶିଖର ଧାୱନଙ୍କ ୯୮, ବିରାଟ କୋହଲିଙ୍କ ୫୬, ଲୋକେଶ ରାହୁଲଙ୍କ ଅପରାଜିତ ୬୨ଏବଂ କୃଣାଲ ପାଣ୍ଡ୍ୟାଙ୍କ ଅପରାଜିତ ୫୮ ରନ ଜରିଅ ।ରେ ୫ ୱିକେଟ ହରାଇ ୩୧୭ ରନ କରିଥିଲା । ଜବାବରେ ଜୋନି ବେୟାରଷ୍ଟୋଙ୍କ ୯୪ ରନ ଏବ ଜାସନ ରୟଙ୍କ ୪୬ ସତ୍ତ୍ୱେ ଇଂଲଣ୍ଡ ୪୨ ଓଭରରେ ୨୫୧ ରନରେ ଅଲଅ ।ଉଟ୍ ହୋଇଛି । ପ୍ରଥମ ମ୍ୟାଚ୍ ଖେଳିଥିବା ପ୍ରସିଦ୍ଧ କୃଷ୍ଣା ୪ ୱିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

୩୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଦମଦାର ଅ ।ରମ୍ଭ କରିଥିଲା । ଓପନର ଜୋନି ବେୟାରଷ୍ଟୋ ଓ ଜାସନ ରୟ ଅ ।ରମ୍ଭରୁ ଟି-୨୦ ଷ୍ଟାଇଲ୍ରେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ନିର୍ଧୁମ ପ୍ରହାର କରିଥିଲେ । ଜୋନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪.୧ ଓଭରରେ ୧୩୫ ରନ କରିଥିଲେ । ଏକଦା ଇଂଲଣ୍ଡର ବିଜୟ ନିଶ୍ଚିତ ଲାଗୁଥିଲା । ହେଲେ ୧୩୫ ସ୍କୋରରେ ଜାସନ ରୟଙ୍କୁ ଅ ।ଉଟ୍ କରି ପଦାର୍ପଣ ମ୍ୟାଚ୍ ଖେଳିଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଭାରତକୁ ବହୁତ ବଡ ସଫଳତା ଦେଇଥିଲେ । ରୟ ୩୫ ବଲ୍ରୁ ୭ ଚୌକା ଓ ୧ ଛକା ଜରିଅ ।ରେ ୪୬ ରନ କରିଥିଲେ । ଏହି ଯୋଡି ଭାଙ୍ଗିବା ପରେ ଭାରତ ମ୍ୟାଚରୁ ପ୍ରତ୍ୟାବର୍ତ୍ତନ କରିଥିଲା । ଦଳ ନିୟମିତ ବ୍ୟବଧାନରେ ଓ୍ିକେଟ୍ ହରାଇ ·ଲିଥିଲା । ୧୩୭ ରନ ସ୍କୋରରେ ବେନ ଷ୍ଟୋକ୍ସ(୧)ଙ୍କୁ ଅ ।ଉଟ୍ କରି ପ୍ରସିଦ୍ଧ ଭାରତକୁ 2ୟ ସଫଳତା ଦେଇଥିଲେ । ଅନ୍ୟପଟେ ଦ୍ରୁତ ବ୍ୟାଟିଂ କରି ଦଳର ବିଜୟ ଅ ।ଶା ଉଜ୍ଜିବୀତ ରଖିଥିବା ବେୟାରଷ୍ଟୋ ଶାର୍ଦ୍ଦୁଳଙ୍କ ବଲ୍ ଅ ।ଉଟ୍ ହେବା ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଥିଲା । ବେୟାରଷ୍ଟୋ ୬୬ ବଲରୁ ୬ ଚୌକା ଓ ୭ ଛକା ସହ ୯୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଇଅନ ମୋର୍ଗାନ ୨୨ ରନ କରି ବିଦାୟ ନେଇଥିଲେ । ଜୋସ୍ ବଟଲର(୨) ନିରାଶ କରିଥିଲେ । ୧୭୬ ରନରେ ଇଂଲଣ୍ଡ ଅଧା ୱିକେଟ୍ ହରାଇ ମୁସ୍କିଲରେ ପଡିଥିଲା ।ସାମ ବିଲିଙ୍ଗ୍ସ ୧୮ ରନ କରି ପ୍ରସିଦ୍ଧଙ୍କ ତୃତୀୟ ଶିକାର ହୋଇଥିଲେ । ମୋଇନ ଅଲ୍ଲୀ ୩୦ ରନ କରିଥିଲେ ମଧ୍ୟ ଦଳର ପରାଜୟକୁ ଏଡାଇବା ଯଥେଷ୍ଟ ନଥିଲାୟ ଶେଷ ଅ ।ଡକୁ ସାମ କରନ(୧୨) ଓ ଟମ କରନ(୧୧) ରନ କରି ଅ ।ଉଟ୍ ହୋଇଥିଲେୟ ଏକଦା ୧୩୫ ରନରେ ଏକ ଓ୍ିକେଟ୍ ହରାଇ ଦୃଢ ସ୍ଥିତିରେ ଥିବା ଇଂଲଣ୍ଡ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪୨ ଓଭରରେ ୨୫୧ ରନରେ ଅଲଅ ।ଉଟ୍ ହୋଇଛି । ଭାରତ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳିଥିବା ପ୍ରସିଦ୍ଧ କୃଷ୍ଣା ପ୍ରଥମେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ପରେ ଲୟକୁ ଫେରି ୫୪ ରନରେ ୪ ୱ୍ିକେଟ୍ ନେଇ ଭାରତ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଶାର୍ଦ୍ଦୁଳ ଠାକୁର ୩୭ ରନରେ ୩ ଓ୍ିକେଟ୍ ନେଇ ତାଙ୍କ ଚୟନକୁ ସଠିକ୍ ପ୍ରତିପାଦନ କରିଛନ୍ତି । ଅଭିଜ୍ଞ ଭୁବନେଶ୍ର କୁମାର ପୁଣି ଥରେ କମ ରନ ଦେଇ ୨ ସଫଳତା ପାଇଛନ୍ତି । କୃଣାଲ ପାଣ୍ଡ୍ୟାଙ୍କୁ ଗୋଟିଏ ସଫଳତା ମିଳିଥିବା ବେଳେ କୁଲଦୀପ ଯାଦବ ୬୮ ରନ ଦେଇ କୌଣସି ସଫଳତା ପାଇ ନାହାନ୍ତି ।

ସ୍ଥାନୀୟ ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେୟ ଅ ।ମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଧିମା ଅ ।ରମ୍ଭ କରିଥିଲେ । କହୁଣୀରେ ଅ ।ଘାତ ଲାଗିବା ପରେ ରୋହିତଙ୍କୁ ବ୍ୟାଟିଂ କରିବାରେ ସାମାନ୍ୟ ସମସ୍ୟା ହୋଇଥିଲା । ଏହା ସତ୍ତ୍ୱେ ରୋହିô ବ୍ୟାଟିଂ କରିଥିଲେ, କିନ୍ତୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଭାରତର ସ୍କୋର ୬୪ ଥିବା ବେଳେ ରୋହିତ (୨୬)ଙ୍କୁ ଅ ।ଉଟ୍ କରିଥିଲେ ବେନ୍ ଷ୍ଟୋକ୍ସ । ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଅ ।ସିଥିବା କ୍ୟାପଟେନ୍ କୋହଲି ଅ।କ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଧୱନଙ୍କ ସହ ମିଶି ଭାରତର ସ୍କୋରକୁ ଅ ।ଗକୁ ନେଇଥିଲେ । ଧୱନ୍ ୬୮ ବଲରେ ଓ କୋହଲି ୫୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ମାରିବା ପରେ ଧୱନ୍ ରନ୍ ଗତିକୁ ବାଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୦୫ ରନ୍) ଭାଗିଦାରୀ କରିବା ପରେ କୋହଲିଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ମାର୍କ ଉଡ୍ । କୋହଲି ୬୦ ବଲରେ ୬ ଚୌକା ସହ ୫୬ ରନ୍ କରିଥିଲେ । ଶ୍ରେୟସ ଅ ।ୟର ମାତ୍ର ୬ ରନ୍ କରି ଉଡଙ୍କ ଶିକାର ହୋଇଥିଲେ । ଅ ।ୟରଙ୍କ ଅ ।ଉଟ୍ ପରେ ଶତକ ଅ ।ଶାରେ ଥିବା ଧୱନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଷ୍ଟୋକ୍ସ । ଭାରତର ସ୍କୋର ୧୯୭ ଥିବା ବେଳେ ଧୱନ୍ ଅ ।ଉଟ୍ ହୋଇଥିଲେ । ଧୱନ୍ ୧୦୬ ବଲରେ ୧୧ ଚୌକା ଓ ୨ ଛକା ସହ ୯୮ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ । ୨୦୫ ରନରେ ୫ ୱିକେଟ୍ ହରାଇବା ପରେ ଭାରତର ବଡ଼ ସ୍କୋର ମଉଳି ଯାଇଥିବା ବେଳେ ରାହୁଲ ଓ କୃନାଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ । ଦୁହେଁ ଇଂଲଣ୍ଡ ବୋଲରଙ୍କୁ ନିଧୁମ୍ ଧୁଲେଇ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । କୃନାଲ୍ ୨୬ ବଲରେ ଅର୍ଦ୍ଧଶତକ ମାରିଥିବା ବେଳେ ରାହୁଲ୍ ୩୯ ବଲରେ ୫୦ ରନ୍ ପୂରଣ କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ୩ଟି ଓ ଉଡ୍ ୨ଟି ୱିକେଟ୍ ନେଇଥିଲେ ।