Odia News Portal

ଦିଲ୍ଲୀରୁ ବାରଣାସୀ ଚାଲିବ ବୁଲେଟ୍ ଟ୍ରେନ୍‌

ଦେଶରେ ବୁଲେଟ ଟ୍ରେନ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ହାଇ ସ୍ପିଡ ରେଳ କର୍ପୋରେଶନ ଲିମିଟେଡ (ଏନ୍‌ଏଚଏସଆରସିଏଲ) ଆଶା ପ୍ରକଟ କରିଛି ଯେ, ସେପଟେମ୍ବରରେ ଦିଲ୍ଲୀ-ବାରାଣସୀ କରିଡରର ଫାଇନାଲ ଡିପିଆର (ଡିଟେଲ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ହୋଇଯିବ । ଦିଲ୍ଲୀର ସରାଏକାଲେ ଖା ଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇ ବାରାଣସୀ ପର୍ଯ୍ୟନ୍ତ ୮୬୫ କିଲୋମିଟର ରୁଟରେ ବୁଲେଟ ଟ୍ରେନ ପରିଚାଳନା କରିବାର ଚିନ୍ତା କରାଯାଉଛି । 

ଯମୁନା ଏକ୍ସପ୍ରେସ ଉପରେ ନିର୍ମାଣ ହେବାକୁ ଥିବା ବିମାନମନ୍ଦରକୁ ଦୃଷ୍ଟିରେ ରଖି ବୁଲେଟ ଟ୍ରେନର ଡିପିଆରକୁ ବିମାନବନ୍ଦରରୁ ଲିଙ୍କ କରିବା ଲାଗି ରୂପରେଖା ପ୍ରସ୍ତୁତ କରାଯାଉଛି । ନୋଏଡାର ସେକ୍ଟର-୧୪୪ ଉତ୍ତରପ୍ରଦେଶର ପ୍ରଥମ ଷ୍ଟେସନ ହୋଇପାରେ । ବୁଲେଟ ଟ୍ରେନର ୨ୟ ଷ୍ଟେସନ ଜେଭର ଅନ୍ତର୍ଜାତୀୟ ବିମାନବନ୍ଦର ହେବ । ଦିଲ୍ଲୀ-ବାରାଣସୀ କରିଡରରେ ୧୨ଟି ଷ୍ଟେସନ ନିର୍ମାଣ ହୋଇପାରେ । ଏଗୁଡ଼ିକ ହେଲା ମଥୁରା, ଆଗ୍ରା, ଇଟାୱା, କନୌଜ, ଲଖନଉ, ଅଯୋଧ୍ୟା, ରାୟବରେଲି, ପ୍ରୟାଗରାଜ, ଭଦୋହୀ ଓ ବାରାଣସୀ । ଏହି କରିଡରରେ ବୁଲେଟ ଟ୍ରେନ, ଏଲିଭେଟେଡ ଲାଇନରେ ଚାଲିବ, ଏହାର ଉଚ୍ଚତା ୧୦ ମିଟର ରହିବ ।