Odia News Portal

ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର : ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଜିଙ୍କୁ ବିଜେପିର ଟାର୍ଗେଟ । ଡିଆଇଜି ଦୀପକ କୁମାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ଡିଆଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭଳି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ୍ଲିନ୍‌ଚିଟ୍ ଦେଉଛନ୍ତି ଡିଆଇଜି । ଏହା ଅନୈତିକ ।

ତଦନ୍ତ ସପୂର୍ଣ୍ଣ ସରିନି, ମନ୍ତ୍ରୀଙ୍କ କଲ୍ ରେକର୍ଡ ମଧ୍ୟ ଯାଞ୍ଚ ହୋଇନି । ମନ୍ତ୍ରୀଙ୍କ ରାୟପୁର ଘରକୁ କୌଣସି ପୋଲିସ ଟିମ୍ ଯାଇନି । ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍ ଦେଇ ତଦନ୍ତ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ମମିତାଙ୍କ ପରିବାରର ଏଫ୍‌ଆଇଆର୍ କାହିଁକି ପ୍ରଥମେ ରଖାଗଲାନି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କୋର୍ଟରେ ଏଫ୍‌ଆଇଆର୍ ଦାଖଲ କରିବାରେ କାହିଁକି ବିଳମ୍ବ ହେଲା ।

କଲେଜ୍‌ରେ ଯୌନ ଶୋଷଣ ନେଇ ମମିତାଙ୍କ ବାପା ଅଭିଯୋଗ କରିଥିଲେ । ଯୌନ ଶୋଷଣ ଅଭିଯୋଗକୁ ନେଇ କାହିଁକି ତଦନ୍ତ ହେଉନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ତଦନ୍ତ ପ୍ରଭାବିତ ପାଇଁ ଡିଆଇଜିଙ୍କ ଉଦ୍ୟମ । ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଛନ୍ତି ଳେଖାଶ୍ରୀ ।