Odia News Portal

ମହିଳା ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ୧୮ ଜଣିଆ ତାଲିକାରେ ସ୍ଥାନ ପାଇଲେ ୩ ଓଡ଼ିଆ

ଏଫଆଇଏଚ ମହିଳା ହକି ସିରିଜ୍ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୮ ଜଣିଆ ଭାରତୀୟ ଦଳରେ ୩ ଓଡ଼ିଆ ମହିଳା ହକି ଖେଳାଳୀଙ୍କୁ ଏହି ପ୍ରତିଯୋଗିତା ପାଇଁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ଦିପଗ୍ରେସ୍ ଏକ୍କା, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ ।

ସେହିପରି ଏହି ଭାରତୀୟ ମହିଳା ହକି ଟିମର ନେତୃତ୍ୱ ରାଣୀ ରାମପାଲ୍ ନେବେ ବୋଲି ଭାରତୀୟ ମହିଳା ହକି ଫେଡ଼େରେସନ୍ ତଫରୁ ଘୋଷଣା କରାଯାଇଛି । ସେପଟେ ଆସନ୍ତା ୧୫ ତାରିଖରୁ ଜାପାନର ହିରୋସୀମାରେ ଏହି ଏଫଆଇଏଚ ମହିଳା ହକି ସିରିଜ୍ ଅନୁଷ୍ଠିତ ହେବ । ଏହି ୧୮ ଜଣିଆ ଭାରତୀୟ ଟିମରେ ମିଡ଼ଫିଲ୍ଡର- ମୋନିକା ପ୍ରଧାନ, ନିକି ପ୍ରଧାନ, ଲୀଲିମା ମିଞ୍ଜ, ନେହା ଗୋୟଲ ଏବଂ ଶୁଶିଲା ଛାନୁ ପୁର୍ଖାବମ ଦାୟିତ୍ୱ ସମ୍ଭାଳିବେ ।