Odia News Portal

ଇଂଲଣ୍ଡ ୧୦୪ ରନରେ ଵିଜୟୀ, ପ୍ଟୋକ୍ସଙ୍କ ଅଲ୍ ରାଉଣ୍ଡ ପ୍ରଦର୍ଶନ

ବିଶ୍ୱକପର ଉଦ୍ଘାଟନୀ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଆୟୋଜକ ଇଂଲଣ୍ଡ । ପୂର୍ବରୁ ଦମ୍‌ଦାର ଫର୍ମରେ ଥିବା ବିଶ୍ୱକପର ୧୨ ତମ ସଂସ୍କରଣରେ ମଧ୍ୟ ସମାନ ଫର୍ମ ଜାରି ରଖିଛି । ବିସ୍ଫୋରକ ବ୍ୟାଟିପରେ ଯୁବ ବୋଲର ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଛି ଇଂଲଣ୍ଡ । ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ।

ପ୍ରଥମେ ବ୍ୟାଚି କରିଥିବା ଇଂଲଣ୍ଡ ଜେସନ ରୟ(୫୩ ବଲରୁ ୫୪ ରନ), ଜୋଏ ରୁଟ୍(୫୯ ବଲରୁ ୫୧ ରନ), ଅଧିନାୟକ ଇଅନ ମୋର୍ଗାନ(୬୦ଟି ବଲରୁ ୫୭ ରନ) ଓ ବେନ୍ ଷ୍ଟୋକ୍ସ(୭୯ଟି ବଲରେ ସର୍ବାଧିକ ୮୯ ରନ) ଦମଦାର ଇନିଂସ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୫୦ ରନ କରିଥିଲା । ଏହା ସହିତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୧୨ ରନର ଟାର୍ଗେଟ ରଖିଥିଲା ଇଂଲଣ୍ଡ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନଗିଡି ୧୦ ଓଭରରେ ୬୬ ରନ ଦେଇ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ୩୧୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ସନ୍ତୁଳନ ହରାଇଥିଲା । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରିଟାୟାର୍ଡହର୍ଟ ହେବାପରେ ଦଳ ନିୟନିତ ବ୍ୟବଧାନରେ ୱିକେଟ ହରାଇ ସଂକଟରେ ପଡିଥିଲେ । କ୍ୱିଣ୍ଟନ ଡିକକ୍ ସର୍ବାଧିକ ୬୮ ରନ(୭୪ ବଲ) ଓ ଦଶେନ୍ ୫୦ ରନ (୬୧ ବଲ) ସ୍କୋର କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନଥିଲେ । ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ୨୦୭ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୭ ଓଭର ବୋଲିଂ କରି ୨୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି ।