Odia News Portal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ

ହୋଶଙ୍ଗାବାଦ : ମଧ୍ୟ ପ୍ରଦେଶର ହୋଶଂଗାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ କାର୍ ପିଟି ହେବାରୁ ୪ ଜଣ ଜାତୀୟ ସ୍ତରର ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମଧ୍ୟ ପ୍ରଦେଶରେ ହେବାକୁ ଥିବା ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଖେଳାଳୀମାନେ ଆସୁଥିଲେ । ଖେଳାଳୀମାନେ ଇଟାରସୀ ଅଭିମୁଖେ ଯାଉଥିବାବେଳେ ହଠାତ୍  କାରଟି ଭାରସାମ୍ୟ ହରାଇ ଗୋଟିଏ ପଛରେ ପିଟି ହୋଇଯାଇଛି । ଫଳରେ ୪ ଜଣ ଜାତୀୟ ଖେଳାଳୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହୋଶଙ୍ଗାବାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।