Odia News Portal

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଗାନ୍ଧିଜୀଙ୍କ ସମାଧୀପୀଠ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭିନ୍ନ ଦଳର ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା ଭବନଠାରେ ଆତତାୟୀ ନାଥୁରାମ ଗଡସେ ଗୁଳି କରି ଗାନ୍ଧିଜୀଙ୍କୁ ହତ୍ୟା କରିଥିଲା । ଆଜି ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ଦାଣ୍ଡିରେ ଥିବା ‘ଜାତୀୟ ସଲ୍ଟ ସତ୍ୟାଗ୍ରହ ମେମୋରିଆଲ’କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।