Odia News Portal

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ସହ ସମସ୍ତ ନେତା ଏହି ବୈଠକରେ ଯୋଗ ଦେଇ ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଲାଇବା ନେଇ ଆଲୋଚନା କରିଥିଲେ। ବଜେଟ ଅଧିବେଶନ ଫେବୃଆରି ୧୩ତାରିଖ ପର‌୍ୟ୍ୟନ୍ତ ଚାଲିବ। ବର୍ତ୍ତମାନର ମୋଦି ସରକାରଙ୍କର ଏହା ଶେଷ ବଜେଟ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ। ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ବଜେଟ ଉପସ୍ଥାପନ କରିବେ। ସେପଟେ ସଂସଦର ବଜେଟ ଅଧିବେଶନରେ ବିଜେଡି କୋଇଲା ରୟାଲଟି ପ୍ରସଙ୍ଗ, ଏମଏସପି ବୃଦ୍ଧି ପ୍ରସଙ୍ଗ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ସଂରକ୍ଷଣ ଆଦି ବିଲ ଉଠାଇବ ବୋଲି ଜଣାପଡ଼ିଛି।